ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ

ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ। ଗଣତିମଣତି ସମୟରେ ଟେକ୍ନିକାଲି କରାଯାଉଛି। ଥ୍ରିଡି ମ୍ୟାପିଂ କରାଯାଉଛି। ଟିକେ ସମୟ ଲାଗୁ ପଛେ , କିନ୍ତୁ ଭଲ ଭାବରେ କାମ କରାଯିବା ଦରକାର।ଭବିଷ୍ୟତରେ ଯେମିତି ଦ୍ଵନ୍ଦ୍ଵ ସୃଷ୍ଟି ନ ହେଉ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ଗଣତିମଣତି ପାଇଁ ସମୟସୀମା ରଖିପାରିବା ନାହିଁ। ରତ୍ନଭଣ୍ତାର ମୂଲ୍ୟାଙ୍କନ ହେଉନାହିଁ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ହେବା ଆଶା ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସୂଚନାମୁତାବକ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି। ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ପୂର୍ବ ମାର୍ଗଦର୍ଶିକାକୁ ଅନୁକରଣ କରାଯାଇ ତଦାରଖ ଟିମ୍‌ ଓ ସମ୍ପାଦନା ଟିମ୍‌ ରହିବେ। ରତ୍ନଭଣ୍ଡାର ଭିତରକୁ କେବଳ ସମ୍ପାଦନା ଟିମ୍‌ ସଦସ୍ୟ ପ୍ରବେଶ କରିବେ।

ଅଧିକ ପଢନ୍ତୁ