ଆଜି ପାଇଁ ବନ୍ଦ ହେଲା ରଥଟଣା। ରାତି ପ୍ରାୟ ୭.୩୦ ପର୍ଯ୍ୟନ୍ତ ଟଣାଯାଇନଥିଲା ବଡ଼ଠାକୁର ଜଗନ୍ନାଥଙ୍କ ରଥ। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। କାହିଁକି ରାତି ହେଲାଣି ଏତେ ବିଳମ୍ୱ ଯାଏଁ ଟଣାଯାଉନି ନନ୍ଦିଘୋଷ ରଥ।ନିର୍ଦ୍ଧାରିତ ସମୟରେ ସମସ୍ତ ନିତୀ ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରତ ଟଣାଯାଇଥିଲା। ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରତ ଟାଣିବାକୁ ଡେରି ହେଉଥିଲା।ବଡ଼ଭାଇଙ୍କ ପଛେ ପଛେ ଆରମ୍ଭ ହୋଇଥିଲା ସୁନା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ହେଲେ ଅନ୍ଧାର ହୋଇଯାଇଥିଲା କିନ୍ତୁ ସିଂହଦ୍ୱାର ସାମ୍ନାରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନଥିଲା କାଳିଆର ନନ୍ଦିଘୋଷ ରଥ।ତେବେ ନନ୍ଦିଘୋଷ ରଥ ଟଣାରେ ଅହେତୁକ ବିଳମ୍ବର ପ୍ରମୁଖ କାରଣ ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଅନୁକୂଳ ପାଗ ଯୋଗୁଁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।
ଗତବର୍ଷ ଠାରୁ ଚଳିତବର୍ଷ ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ । କର୍ଡନ୍ ଭିତରେ ଅଧିକ ଲୋକ ପଶିବା ମଧ୍ୟ ଆଉ ଏକ କାରଣ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରେଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ତେବେ ବିଧି ରକ୍ଷା କରି ନନ୍ଦିଘୋଷ ଅଳ୍ପ ଗଡ଼ିବା ପରେ ରଥଟଣା ବନ୍ଦ କରାଗଲା ବୋଲି ମନ୍ତ୍ରୀ କହିଛନ୍ତି ।ଆସନ୍ତାକାଲି ସକାଳ ୯ଟାରେ ପୁଣି ରଥଟଣା ଯିବ ବୋଲି ସୂଚନା ଦିଆଯାଇଛି ।