ରଥଯାତ୍ରାରେ ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ

ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହା ପରେ ପୁରୀ ଏସପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି ।ବୈଠକର ନିଷ୍ପତ୍ତି ମୁତାବକ ଘରୋଇ ସଂସ୍ଥାଙ୍କଠାରୁ ଟେଣ୍ଡର ଆହ୍ବାନ କରିବାକୁ ଅନୁମତି ମାଗିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥଯାତ୍ରାରେ ହଜାର ହଜାର ଗାଡ଼ି ପୁରୀ ଆସେ। ସେମାନଙ୍କ ପାର୍କିଂ ପାଇଁ ସହରର ଉପକଣ୍ଠରେ ବିଭିନ୍ନ ଜାଗାରେ ବ୍ୟବସ୍ଥା ହୁଏ। ଛକ ଜାଗାମାନଙ୍କରେ ପୁଲିସ ଛିଡ଼ା ହୋଇ ପାର୍କିଂ ଜାଗାକୁ ଗାଡ଼ିଗୁଡ଼ିକୁ ପଠାଇ ଦିଏ। ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି। କିନ୍ତୁ ପାର୍କିଂ ଜାଗାରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ

Odisha Darpan Digital