ରଥଯାତ୍ରା ଦଳାଚକଟା: ଏସିଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ

ପୁରୀ ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏଏସଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିେର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁସାରେ ରଥଯାତ୍ରା ପରଦିନ ଯେତେବେଳେ ଶରଧାବାଲିରେ ଦଳାଚକଟା ହୋଇଥିଲା ସେହି ସମୟରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ। ପୁରୀ ଏସିଏଫ୍‌ ଅଶୋକ ବେହେରା ଏହି ସମୟରେ କଣ୍ଟ୍ରୋଲ ରୁମ୍‌ର ଦାୟିତ୍ବରେ ଥିଲେ। ତାଙ୍କର ଅବହେଳା ପାଇଁ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରୁସ୍ ଦିଆଯାଇଛି । ସହକାରୀ ଜିଲ୍ଲାପାଳ, ଡିଏସଏସଓଙ୍କ ବିରୋଧରେ ଆକ୍ସନ ସୁପାରିସ୍ ଦିଆଯାଇଛି । ୨ ଅତିରିକ୍ତ ତହସିଲ୍‌ଦାରଙଅକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିସ୍ ଦିଆଯାଇଛି । ପୂର୍ବରୁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଆକ୍ସନ ସୁପାରିସ୍ ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital