ରଥଯାତ୍ରା ଦଳାଚକଟା ଘଟଣା, ଜୁଲାଇ ୧୦ରେ ଭିଡିଓ ତଥ୍ୟ ଦାଖଲ କରିବେ ଆଗ୍ରହୀ ବ୍ୟକ୍ତି

ଚଳିତ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାର ଉନ୍ନୟନ ଆୟୁକ୍ତଙ୍କୁ ସରକାର ଦେଇଛନ୍ତି ତଦନ୍ତ ଦାୟିତ୍ଵ। ଦଳାଚକଟା ଘଟଣାର ଭିଡିଓ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସରକାର। ତେଣୁ ଚଳିତ ମାସ ୧୦ ତାରିଖ ଅପରାହ୍ଣ ୩ଟା ପର ଠାରୁ ଆଗ୍ରହୀ ବ୍ୟକ୍ତି ଘଟଣା ସମ୍ପର୍କରେ ଆୟୁକ୍ତଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି ପାରିବେ। ଏ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଚଳିତ ମାସ ୨୦ ତାରିଖ ସୁଦ୍ଧା puritragedy.enquiry@ .odisha .gov.in ଇ ମେଲ ଯୋଗେ ପଠାଇ ପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୪-୨୫୩୬୮୮୨/୨୩୯୧୯୭୦ ରେ ଯୋଗାଯୋଗ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଅଧିକ ପଢନ୍ତୁ

kc ads