ରଥଯାତ୍ରା ପାଇଁ ଲଞ୍ଚ ହେଲା ‘ECoR Yatra’ App

ପୁରୀରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ, ନିର୍ଭରଯୋଗ୍ୟ ରେଳ ସେବା ଯୋଗାଇବା ପାଇଁ ପୂର୍ବ ତଟ ରେଳବାଇ (ECoR) ଏକ ନୂଆ ମୋବାଇଲ ଆପ୍ଲିକେସନ ‘ECoR ଯାତ୍ରା’ ଲଞ୍ଚ କରିଛି।ଏହି ଆଣ୍ଡ୍ରଏଡ଼ ଆଧାରିତ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଏବଂ ରଥଯାତ୍ରା ସମୟରେ ରେଳ ସମ୍ବନ୍ଧୀୟ ସମସ୍ତ ସେବା ଓ ଯାତ୍ରୀ ସୁବିଧା ବିଷୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ ଗାଇଡ ପ୍ରଦାନ କରୁଛି। ଏହି ଆପ୍‌ ଶ୍ରଦ୍ଧାଳୁ ଓ ରେଳ ଯାତ୍ରୀଙ୍କ ପାଇଁ ୨୦୨୫ ରଥଯାତ୍ରା ସମୟରେ ସଠିକ ଓ ତୁରନ୍ତ ସୂଚନା ଯୋଗାଇବା ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଛି।ଟ୍ରେନରେ ଟିକଟ ବୁକିଂ, ଯାତ୍ରାର ମ୍ୟାପ୍ ଏବଂ ଟ୍ରେନ୍ ସିଡ୍ୟୁଲ ନେଇ ସମସ୍ତ ତଥ୍ୟ ଯାତ୍ରୀମାନେ ଏ ଆପରୁ ପାଇପାରିବେ । ଏକାଧିକ ଭାଷାରେ ଏହି ଆପକୁ ବ୍ୟବହାର କରିବାର ଅପସନ ରହିଛି । ଦେଶର ଯେକୌଣସି ସ୍ଥାନରେ ରହି ଏହି ଆପ୍ ବ୍ୟବହାର କରାଯାଇ ପାରିବ ।ପୁରୀକୁ ଆସୁଥିବା ଓ ପୁରୀରୁ ଛାଡ଼ୁଥିବା ସମସ୍ତ ନିୟମିତ ଟ୍ରେନ, ଦୂରଗାମୀ ଓ ଆନ୍ତଃନଗର ସେବା ସମେତ ଅଦ୍ୟତନ ସମୟସୂଚୀ ଉପଲବ୍ଧ।ବିଶେଷ କରି ରଥ ଯାତ୍ରା ସମୟରେ ପୁରୀ ଯାଉଥିବା ସ୍ପେସାଲ ଟ୍ରେନ୍ ଗୁଡ଼ିକର ସମୟ ମଧ୍ୟ ଏହି ଆପରୁ ଜଣାପଡ଼ିବ ।

ଅଧିକ ପଢନ୍ତୁ

kc ads