ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଳ ଦ୍ୱାରା ସ୍ବତନ୍ତ୍ର ବ୍ୟବସ୍ଥା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି । ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ ।ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି । ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ସେବା ସମେତ ମୋଟ୍‌ ୧୨୧୫ଟି ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି । ଏହି ରେଳ ସେବା ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଯୋଗାଇ ଦିଆଯିବ । ଚଳିତ ବର୍ଷ ସମାବେଶୀ ତୀର୍ଥ ଯାତ୍ରା ଲାଗି ସବୁଠୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଦୈନିକ ୨ ଲକ୍ଷ ଯାତ୍ରୀଙ୍କ ସମେତ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ରେଳବାଇ ପ୍ରସ୍ତୁତ । ଏକାଥରକେ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଆଶ୍ରୟ ଦେବା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି । ଖରା ଓ ଗରମରୁ ରକ୍ଷା ପାଇଁ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯଥେଷ୍ଟ ବନ୍ଦୋବସ୍ତ କରାଯାଇଛି । ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ଷ୍ଟଲ୍‌, ପାଣି ବୁଥ୍‌ ଓ କୁଲର୍‌ ବ୍ୟବସ୍ଥା କରାଯାଇଛି । ତୀର୍ଥଯାତ୍ରୀଙ୍କୁ ପ୍ରାୟ ୨.୫ ଲକ୍ଷ ମାଗଣା ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।ପରିମଳ ଓ ସ୍ୱଚ୍ଛତା ପାଇଁ ଆଧୁନିକ ଜେଟ୍ ସଫେଇ ମେସିନ୍ ଏବଂ ସ୍ୱେରେଜ୍ ସକ୍ସନ୍ ଟ୍ରକ୍ ସମେତ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସିସିଟିଭି, ଡ୍ରୋନ୍ ଏବଂ ମୁଖମଣ୍ଡଳ ଚିହ୍ନଟ ବ୍ୟବସ୍ଥା ବା ଫେସ୍‌ ରେକଗ୍ନିସନ୍‌ ସିଷ୍ଟମ୍‌ ସେମାନଙ୍କୁ ସହାୟକ ହେବ ।

ଦିବ୍ୟାଙ୍ଗଜନ, ବୟସ୍କ, ମହିଳା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମେଡ଼ିକାଲ ବୁଥ୍‌, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ, ଭାରତୀୟ ରେଳବାଇ ପୁରୀ ରେଳ ଷ୍ଟେସନକୁ ଏକ ସମାବେଶୀ ତଥା ଆସ୍ଥାକେନ୍ଦ୍ରିତ ଜନ ସେବାର ଆଦର୍ଶ ଷ୍ଟେସନ ରୂପେ ବିକଶିତ କରିଛି ।

ଅଧିକ ପଢନ୍ତୁ

kc ads