ଆଳୁ ପ୍ରସଙ୍ଗ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପର୍ଯ୍ୟାପ୍ତ ପରିମାଣରେ ଆଳୁ ଓଡ଼ିଶାବାସୀଙ୍କୁ ୩୦ ଟଙ୍କା କିଲୋରେ ଦିଆଯିବ । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ଆଳୁ ଆସିବ । ରବିବାରଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ପର୍ଯ୍ୟାପ୍ତ ଆଳୁ ଆସିବ ।
ଆଳୁକୁ ନେଇ ଆଉ କାହାର ମନମାନି ଚାଲିବ ନାହିଁ । ଦିଦିଙ୍କର ମଧ୍ୟ ମନମାନି ଚାଲିବ ନାହିଁ । ସେମାନେ ପଶ୍ଚିମବଙ୍ଗରେ ତାଙ୍କ ଆଳୁ ରଖିବେ । ସଢିବା ପର୍ଯ୍ୟନ୍ତ ପାଚିବା ପର୍ଯ୍ୟନ୍ତ ରଖନ୍ତୁ ଆମର ମନା ନାହିଁ । ପ୍ରଥମ ପର୍ଯ୍ୟାୟରେ ୩ ଶହ ଟନ୍ ଆଳୁ ଓଡ଼ିଶାକୁ ଆସୁଛି । ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଆଳୁ ଆସିବ । ଏବେ ବେପାରୀ ମାନେ ମଧ୍ୟ ନିଜ ମନମାନି କରି ପାରିବେ ନାହିଁ । ସବୁ ସ୍ଥାନରେ ରେଡ୍ ହେଉଛି । ଏ ଯେଉଁ ଆଳୁ ମିଳୁଛି ତାହା ବେପାରୀ ମାନେ ମହଜୁଦ ରଖିଥିବା ଆଳୁ ବୋଲି ମନ୍ତ୍ରୀ କରିଛନ୍ତି ।