ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟର ଜାତୀୟ ପତାକା ଲୋକାର୍ପିତ

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚ ଜାତୀୟ ପତାକା । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜାତୀୟ ସ୍ତମ୍ଭ ଓ ଜାତୀୟ ପତାକା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପତାକା ଉତ୍ତୋଳନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ, ପ୍ରଫେସର ଉପସ୍ଥିତ ଥିଲେ ।କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସହ ରାଷ୍ଟ୍ର ପ୍ରେମରେ ବାନ୍ଧି ହେବା ଜରୁରୀ ବୋଲି କହିଥିଲେ ବାଚସ୍ପତି। ସେ ନିଜେ ଏହି ରମାଦେବୀ କଲେଜର ପୂର୍ବତନ ଛାତ୍ରୀ ଭାବେ ବେଶ ଗର୍ବିତ ବୋଲି କହିଛନ୍ତି। ସେପଟେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାତୀୟ ପତାକା ପାଇଁ ସମସ୍ତଙ୍କର ସବୁବେଳେ ସମ୍ମାନ ରହିବା ଦରକାର ।

ଅଧିକ ପଢନ୍ତୁ