ରସିକିଆ ଆଇଆଇସିଙ୍କ ପ୍ରେମଲୀଳା। ନ୍ୟାୟ ପାଇଁ ଥାନାରେ ହୋମଗାର୍ଡ

ପୁଲିସକୁ ବାନ୍ଧିଲା ପୁଲିସ। ଏମିତି ଘଟଣା ଘଟିଛି ଜଗତସିଂହପୁରରେ। ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ପ୍ରେମିକା ଯେତେବେଳେ ଅଧିକାର ମାଗିଲେ ମାନେ ବାହା ହେବାକୁ କହିଲେ ବିଚରା ପ୍ରେମିକ ପ୍ରବରଙ୍କ ମୁହଁ ଶୁଖିଗଲା । ଆଉ ଧରାଛୁଆଁ ଦେଲେନି । ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା । ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଜଗତସିଂହପୁରରେ ଚର୍ଚ୍ଚା ଜୋର ।

ତେବେ ଜଗତସିଂହପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ କାବୁ କରି ଜଗତସିଂହପୁର ଥାନାକୁ ଆଣିଥିଲେ । ମଙ୍ଗଳବାର ଉଭୟଙ୍କୁ ଏସ୍‌ପି ଅଫିସରେ ୯ ଜଣିଆ ଟିମ୍‌ ଜେରା କରୁଛନ୍ତି ।ପୀଡିତା ହୋମଗାର୍ଡ ଡାକ୍ତରୀ ମଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଶୁଣିବାକୁ ମିଳିଛି।

ଅଧିକ ପଢନ୍ତୁ