ରସୁଲଗଡ଼ ବ୍ରିଜରେ ହତ୍ୟା ଘଟଣା, ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହି ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ । କେମିତି ସହଦେବଙ୍କୁ ହତ୍ୟା କରାଯାଇଥିଲା, କେମିତି ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା । ଓ କେମିତି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପ୍ରେସମିଟ୍ ଜରିଆରେ ଗୋଟି ଗୋଟି ତଥ୍ୟ ଦେଇଛି ପୋଲିସ । ସକାଳ ୮ଟାରେ ପୋଲିସକୁ ଖବର ମିଳିଥିଲା ରସୁଲଗଡ ନିକଟରେ ଏକ କ୍ଷତବିକ୍ଷତ ମୁଣ୍ଡ ବିହୀନ ଶରୀର ରାସ୍ତା ଉପରେ ପଡିଛି । ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହକୁ ମେଡିକାଲରେ ପହଞ୍ଚାଇଥିଲା ପୋଲିସ ।

ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରାଥମିକ ତଦନ୍ତରୁ ପୋଲିସକୁ ଜଣାପଡିଥିଲା ଏହା ଏହ ହତ୍ୟା କାଣ୍ଡ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାରୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠିତ ହୋଇଥିଲା । ତଦନ୍ତ ପରେ ପୋଲିସ ହାତରେ ହତ୍ୟାକାରୀର ବାଇକ୍ ଏବଂ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ନୟାଗଡରେ ହତ୍ୟାକାରୀ ଲୁଚିଥିବା ବେଳେ ପୋଲିସ ହତ୍ୟାକୀରାଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ହାତରେ ମୋବାଇଲ୍ ଫୋନ୍ ରହିଛି । ମୋବାଇଲ୍ ଫୋନରୁ ଅନେକ ତଥ୍ୟ ମିଳିବ ବୋଲି ପ୍ରେସମିଟ୍ କରି ତଥ୍ୟ ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ତେବେ ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଦୀର୍ଘଦିନ ହେବ ଏମାନଙ୍କର ଶତ୍ରୁତା ଲାଗି ରହିଥିଲା । ସେପଟେ ଗୁରୁବାର ପୋଲିସ ରସୁଲଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ ରୀକ୍ରିଏସନ କରିଥିଲା। ଅଭିଯୁକ୍ତ ବ୍ୟକ୍ତି ହତ୍ୟା ପରେ କିପରି ଅସ୍ତ୍ରଶସ୍ତ୍ର ନେଇ ଭୁବନେଶ୍ୱରର ଲିଙ୍ଗିପୁର ନିକଟ ଦୟା ନଦୀର ପାଣିରେ ଲୁଚାଇ ରଖିଥିଲେ ତାହା ପ୍ରଦର୍ଶନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital