ରହସ୍ୟ ଘେରରେ ବଣିକ ସଙ୍ଘ ସଭାପତିଙ୍କ ମୃତ୍ୟୁ

ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତକ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିପୁରାରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତ୍ରିପୁରାରୀ ପାଣିଗ୍ରାହୀ ବଲାଙ୍ଗୀର ବଣିକ ସଙ୍ଘ ସଭାପତି ଥିବା ବେଳେ ତାଙ୍କ ରାଧିକା ଅଳଙ୍କାର ଦୋକାନ ସହ ରିଅଲ ଈଷ୍ଟେଟ ବ୍ୟବସାୟ ରହିଥିଲା । ତାସ ସହ ହୋଟେଲ ମଧ୍ୟ ରହିଛି ।

ତେବେ ଜଣେ ନାମିଦାମୀ ବ୍ୟକ୍ତି ଏଭଳି କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ ଉଠୁଛି। ତାଙ୍କ ପରିବାର ରେ ତାଙ୍କ ପୁଅ, ଝିଅ ସ୍ତ୍ରୀ ଅଛନ୍ତି ।ତେବେ ପାରିବାରିକ କଳହ ନା କିଛି ଅନ୍ୟ ଚାପ ରହିଥିଲା ଯାହାକୁ ନେଇ ଏଭଳି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ଏହାପଛରେ ତାହା ପୋଲିସ ସନ୍ଧାନ ପରେ ଜଣାପଡିବ ।

ଅଧିକ ପଢନ୍ତୁ

Odisha Darpan Digital