ରାଉରକେଲାରେ ପୁଣି ଲଜ୍ଜା, ୪ ଦିନ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା

ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ଅଞ୍ଚଳ ଏକ ରେଷ୍ଟୁରାଣ୍ଟରେ ଜଣେ ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି । ଯାହାର ଅଭିଯୋଗ ରଘୁନାଥପାଲି ଥାନାରେ ହୋଇଛି । ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।ଗତ ୨୧ ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାଟି ଲୋକଙ୍କ ମନରୁ ଲିଭିନଥିବା ବେଳେ ରାଉରକେଲାରୁ ପୁଣି ଆସିଛି ଗଣଦୁଷ୍କର୍ମର ଅଭିଯୋଗ । ତାହା ପୁଣି ଜଣେ ନାବାଳିକାକୁ ।ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

ଅଧିକ ପଢନ୍ତୁ