ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ମେଡିକାଲ ଯାଇ ଦୁର୍ଘଟଣାରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଶନିବାର ଦିନ ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ରାଉରକେଲା ପହଞ୍ଚିବା ପୂବର୍ରୁ ବିମାନ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ଡିଜିସିଏର ୫ଜଣିଆ ଟିମ୍ ବି ତଦନ୍ତ କରି ଫେରିଥିଲେ । ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି । ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି । ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇ ଯାଇଛନ୍ତି । ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ ।
