ରାକ୍ଷୀ ବ୍ୟବସାୟରେ ମୁସ୍‌ଲିମ ଝିଅ

କଟକ ଷ୍ଟେସନ ବଜାରରେ। ମୁସ୍‌ଲିମ୍ ସଂପ୍ରଦାୟର ହୋଇ ବି ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ଭଳି ପର୍ବରେ ସାମିଲ ହେବା ସହ ରାକ୍ଷୀ ପ୍ରସ୍ତୁତ କରି ଅନ୍‌ଲାଇନରେ ବିକ୍ରି କରୁଛନ୍ତି ସବିହା ସୁମ୍ବୁଲ୍‌। ସବିହା ପିଲା ବେଳେ ସଂପର୍କୀୟ ଭାଇମାନଙ୍କୁ ରାକ୍ଷୀ ବାନ୍ଧୁଥିଲେ। ସାହିର ଅନ୍ୟ ଝିଅମାନଙ୍କ ସହ ମିଶି ଖୁଦୁରୁକୁଣୀ ପୂଜା କରୁଥିଲେ। ଗଲା କିଛି ବର୍ଷ ହେଲା ୟୁଟ୍ୟୁବ୍‌ରୁ ରାକ୍ଷୀ ତିଆରି କୌଶଳ ଶିଖିବା ପରେ ସବିହା ନିଜ ସୃଜନାତ୍ମକ କଳାକୁ ପ୍ରୟୋଗ କରି ନୂଆ ନୂଆ ରାକ୍ଷୀ ତିଆରି କରୁଛନ୍ତି। ରାକ୍ଷୀରୁ ମିଳୁଥିବା ଆୟକୁ ସେ ବୁଲା କୁକୁର, ଗାଈ, ବିଲେଇ ଆଦି ପଶୁମାନଙ୍କୁ ଖାଇବାକୁ ଦେଉଛନ୍ତି।

ବାଣିଜ୍ୟ ଛାତ୍ରୀ ହୋଇଥିବାରୁ ସେ ଆଧୁନିକ ବିକ୍ରି କୌଶଳରେ ଅନ୍‌ଲାଇନ୍‌ କାରବାର ସହ ସିଧାସଳଖ ବ୍ୟବସାୟୀଙ୍କୁ ବି ବିକ୍ରି କରୁଛନ୍ତି। ଚଳିତ ବ‌ର୍ଷ ସେ ପଶୁପକ୍ଷୀଙ୍କ ପାଇଁ ମେଟାଲ୍‌ ରାକ୍ଷୀ ନୂଆ କରି ତିଆରି କରୁଛନ୍ତି। ଯାହାର ଭଲ ଚାହିଦା ରହିଛି। ତାଙ୍କ ରାକ୍ଷୀର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ରହିଛି।

ଅଧିକ ପଢନ୍ତୁ