ରାଖୀ ପୁର୍ଣିମାରେ ଏହି ଜିନିଷ ଦେବା ଠିକ ନୁହେଁ

ରାଖୀ ପୁର୍ଣିମା ରେ ଏହି ଜିନିଷ ଦେବା ଠିକ ନୁହେ ଯଥା ବଜାରରେ ବିଭିନ୍ନ ପ୍ରକାର ଘଣ୍ଟା ସହ ସ୍ମାର୍ଟ ଘଣ୍ଟା ମଧ୍ୟ ଉପଲବ୍ଧ ଅଛି । ଘଣ୍ଟା ମନୁଷ୍ୟର ଭଲ ଓ ଖରାପ ସମୟ ସହ ଜଡିତ ତେଣୁ ଭୁଲରେ ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ତେବେ କଳା ରଙ୍ଗର ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଭଉଣୀକୁ କଳା ରଙ୍ଗର ପୋଷାକ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ। ଏହା ପରେ ଜୋତା ଚପଲର ସମ୍ବନ୍ଧ ମଧ୍ୟ ଶନି ଦେବଙ୍କ ସହ ରହିଛି । ତେଣୁ ଭଉଣୀକୁ ଉପହାରରେ କଦାପି ଜୋତାଚପଲ ଦିଅନ୍ତୁ ନାହିଁ ।

ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ।ବଜାରରେ ଚମଡାରେ ତିଆରି ଅନେକ ସୁନ୍ଦର ସୁନ୍ଦର ଜିନିଷ ରହିଛି । ମାତ୍ର ଏହି ଦିନ ଭଉଣୀଙ୍କୁ ଚମଡାରେ ପ୍ରସ୍ତୁତ କୌଣସି ଜିନିଷ ଉପହାରରେ ଦିଅନ୍ତୁ ନାହିଁ । ଏହା ଶନିଦେବଙ୍କ ସହ ସମ୍ବନ୍ଧିତ ବୋଲି କୁୂହାଯାଏ । ଏହାକୁ ଉପହାର ଦେଲେ ଜୀବନରେ ସମସ୍ୟା ଦେଖାଦେଇଥାଏ।

ଅଧିକ ପଢନ୍ତୁ