ରାଗିଗଲେ ଦଶପଲ୍ଲା ବିଧାୟକ: ଫୋପାଡିଲେ ଫାଇଲ

ନୂଆ ଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବିଧାୟକ ରାଗିଯାଇ ଫାଇଲ ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୂଆ ଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ସମୀକ୍ଷା ନେଇ ପଞ୍ଚାୟତ ସମିତି ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା । ତେବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଳମ୍ବିତ ବିକାଶମୂଳକ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଫିସିଆଲ୍ ଫାଇଲ୍ ଚିରି ଦେଇଥିଲେ ଏବଂ ବିଳମ୍ବିତ କାର୍ଯ୍ୟ ଶୀଘ୍ର ଶେଷ ନହେଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।

ବ୍ଲକ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଉଥିଲା। କିନ୍ତୁ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଧୀମା ଗତିକୁ ନେଇ ବିଧାୟକ ବେହେରା ପ୍ରଶ୍ନ ଉଠାଇଥିଲେ, ଯାହା ବୈଠକକୁ ଉତ୍ତେଜନାପୂର୍ଣ୍ଣ କରି ଦେଇଥିଲା।

ଅଧିକ ପଢନ୍ତୁ

kc ads