ରାଗ ଜର୍ଜରିତ ହୋଇ ବାପାର ମୁଣ୍ଡ କାଟିଦେଲା ପୁଅ

ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟିନେଇ ଥାନାରେ ଆତ୍ମସମର୍ପଣ କରିଛି । ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ଫେରା ମାରିଥିଲା ନୃଶଂସ ପୁଅ । ଅନ୍ୟପଟେ ପୁଅ ମାନସିକ ବିଚାର ଗ୍ରସ୍ତ ବୋଲି ସୂଚନା ମିଳିଛି |

ଅଧିକ ପଢନ୍ତୁ