ରତ୍ନ ଟାଟାଙ୍କ ମୃତ୍ୟୁ ପରେ ସାରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଭାରତ ହରାଇଛି ଏକ ଆଇକନ୍ । ଯିଏ କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣରେ ଥିଲା ବଡ ହାତ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟାଟାଙ୍କ ବିୟୋଗର ମର୍ମାହତ । ସେ କହିଛନ୍ତି ଦେଶ ହରାଇଛି ଗୋଟିଏ ଅମୂଲ୍ୟ ରତ୍ନ । ନମୋ କହିଛନ୍ତି ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ, ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ମଣିଷ ଥିଲେ । ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ଗୃହକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ । ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ରହିଲା । ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ନିଜକୁ ଅନେକ ଲୋକଙ୍କୁ ଭଲ ପାଉଥିଲେ। । ତେବେ ସେ ୮୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି । ବୁଧବାର ରାତିରେ ହିଁ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଛି । ଅନ୍ତିମ ଦର୍ଶନ ପାଇଁ ରତନଙ୍କ ପାର୍ଥୀବ ଶରୀରକୁ ମୁମ୍ବାଇ ନ୍ୟାସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟସ୍ ହଲରେ ରଖାଯିବ । ଆଜି ସକାଳ ୧୦ଟାରୁ ଦିନ ସାଢେ ୩ଟା ଯାଏଁ ଲୋକେ ତାଙ୍କ ଶେଷ ଦର୍ଶନ କରିପାରିବେ ।