ରାଜଧାନୀରୁ ଆତଙ୍କୀ ଗିରଫ: ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ୍‌ ବ୍ରାଞ୍ଚ

ରାଜଧାନୀରୁ ଜଣେ ଆତଙ୍କୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳରେ ୟୁନିଟ୍ 6 ରେ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି I ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ I ଦେଶ ବିରୋଧରେ ସୋସିଆଲ୍ ମିଡ଼ିଆରେ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ ।ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଉଠାଇ ନେଇଥିବା ସୂଚନା ମିଳିଛି । ଯୁବକ ଜଣକ ଘର କଟକରେ ହୋଇଥିବା ସୂଚନା । ଯୁବକ ଜଣକ କିଛି ମାସ ହେବ ୟୁନିଟ୍ 6 ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । କିଛି ଦିନ ତଳେ ସୁନ୍ଦରପଦାରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ସେହି ମାମଲାରେ NIA ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏଠାରେ ରହି ଏଭଳି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ତା’ର ଖୋଳତାଡ଼ କରିବା ଲାଗି ସ୍ପେଶାଲ୍ ବ୍ରାଞ୍ଚ ତାକୁ ଦିଲ୍ଲୀ ନେଇଛି । ତା’ଠାରୁ ଲପ୍ଟପ୍, ମୋବାଇଲ୍ ଜବତ ହୋଇଛି । ଯୁବକଙ୍କ ସମ୍ପର୍କରେ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ କିଛି କହି ନାହାନ୍ତି ।

ଅଧିକ ପଢନ୍ତୁ