ରାଜଧାନୀରୁ ତଡା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ରାଜଧାନୀରୁ ତଡା ହେବେ ବାଂଲାଦେଶୀ । ଏଥିପାଇଁ ଖୁବଶୀଘ୍ର ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଥାନାକୁ ଅବଗତ କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କ୍ରାଇମ ମିଟିଂ ରେ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତି ଥାନାରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାର ତଥ୍ୟ ବାହାର କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମାନଚିତ୍ରରେ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ (ଅସମ, ତ୍ରିପୁରା ଆଦି) ରାଜ୍ୟଗୁଡ଼ିକୁ ‘ଗ୍ରେଟର ବାଂଲାଦେଶ’ର ଅଂଶ ଭାବେ ଦର୍ଶାଯାଇଛି। ଏହା ସହିତ ମିଆଁମାରର ଅରାକାନ ରାଜ୍ୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମାନଚିତ୍ର ଯୁବକମାନଙ୍କୁ ଟାର୍ଗେଟ କରି ପ୍ରଚାର କରାଯାଉଥିବା ଜଣାପଡ଼ିଛି, ଯାହା ଏକ ଇସଲାମିକ ଏଜେଣ୍ଡାକୁ ପ୍ରୋତ୍ସାହନ ଦେବାରେ ସଂଗଠନର ଉଦ୍ଦେଶ୍ୟକୁ ସୂଚାଇଛି।ମହମ୍ମଦ ଯୁନୁସଙ୍କ ସରକାର କ୍ଷମତାକୁ ଆସିବା ପରେ ବାଂଲାଦେଶରେ ଇସଲାମିକ ଚରମପନ୍ଥ ବୃଦ୍ଧି ପାଇଛି। ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଏବଂ ସାଂସ୍କୃତିକ ପରିଚୟ ନଷ୍ଟ କରିବାର ଘଟଣା ବୃଦ୍ଧି ପାଇଛି, ଯାହା ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଖରାପ କରିଛି।

ଅଧିକ ପଢନ୍ତୁ

Odisha Darpan Digital