ରାଜଧାନୀରେ ଆରମ୍ଭ ହେଲା ଲେନ ଡ୍ରାଇଭ

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଶନରେଟ ଅଫ ପୋଲିସ ପକ୍ଷରୁ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ। ରାସ୍ତାରେ ଲେନ୍ ମାଧ୍ୟମରେ ଗାଡି ଚଳାଇ ହେଲା ଟେଷ୍ଟିଙ୍ଗ। ଜୟଦେବ ବିହାର ଛକରେ ଟେଷ୍ଟିଙ୍ଗ କରାଯାଇଛି। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ କୋନ୍‌ ରଖାଯିବ।

ଗାଡ଼ିଗୁଡ଼ିକ କୋନ୍‌ରେ ଦର୍ଶାଯାଇଥିବା ଲେନ୍‌ରେ ହିଁ ଯିବେ । ବାଇକ୍‌, କାର୍‌ କିମ୍ବା ଟ୍ରକ୍‌ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍‌ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍‌ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିଶନରେଟ ପୋଲିସ କହିଛି । ଏହା ସହ ଦିନକୁ ଦିନ ଜାମ ହେବାରେ ଲାଗିଛି ରାଜଧାନୀର ରାସ୍ତା। ତେଣୁ ଲେନ୍ ଡ୍ରାଇଭ ମାଧ୍ୟମରେ କେମିତି ଟ୍ରାଫିକ ବ୍ୟବସ୍ଥାର ସୁଧାର ଅଣାଯାଇ ପାରିବ ସେ କମିଶନରେଟ ଅଫ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇ ଟେଷ୍ଟିଂ କରାଯାଇଛି।

ଅଧିକ ପଢନ୍ତୁ

kc ads