ରାଜଧାନୀରେ ଏସିଡ୍ ମାଡ଼ କରିବାକୁ ଧମକ ଦେଇ ଗିରଫ ହେଲା ପ୍ରେମିକ

ଏକତରଫା ପ୍ରେମର କରୁଣ ପରିଣତି । ଏସିଡ୍‌ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠୀ । ଝିଅ ରାଜି ନହେବାରୁ ଜବରଦସ୍ତି ପ୍ରେମ କରିବାକୁ ବାଧ୍ୟ କରିଥିଲା ବୋଲି ଘରେ ବାରମ୍ବାର ଜଣାଇଥିଲେ ଯୁବତୀ ଜଣକ । ଏପରିକି ଯୁବତୀକୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ୍ ମାଡ଼ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁନୀଲକୁ କାବୁ କରିଥିଲେ । କିନ୍ତୁ ସେପଟେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସୁନୀଲ ସେଠି । ସୁନୀଲଙ୍କ କହିବା ଅନୁସାରେ, ସେ ପୂର୍ବରୁ ଏହି ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ତା ସହ ବିବାହ ହୋଇ ପାରିନଥିଲା । ଆଉ ଜଣଙ୍କ ସହ ବିବାହ ହୋଇଥିଲା । ହେଲେ ପାରିବାରିକ କଳହ କାରଣରୁ ସୁନୀଲ ଓ ତାଙ୍କ ପତ୍ନୀଙ୍କ ଭିତରେ କୋର୍ଟରେ ଡିଭର୍ସ କେଶ ଚାଲିଛି । ନିଜ ସ୍ତ୍ରୀକୁ ଡିଭର୍ସ ଦେବା ପରେ ପୁରୁଣା ପ୍ରେମିକା ସାଙ୍ଗେ ସମ୍ପର୍କ ରଖିବାକୁ ଚାହୁଁଥିଲେ । ତେବେ ତାଙ୍କ ସ୍ତ୍ରୀ ଏ ବିଷୟରେ ଜାଣିବାରୁ ସୁନୀଲ ଫୋନରୁ ପୁରୁଣା ଫୋଟୋ ବାହାର କରି ଭାଇରଲ କରୁଛି । ସେହି ଫୋଟୋ ଭାଇରଲ କେଶ ସମାଧାନ ପାଈଁ ଯୁବତୀ ଜଣକ ତାଙ୍କୁ ଡାକିଥିଲେ । ସେ କମ୍ପ୍ରୋମାଇଜ ପାଇଁ ଯାଇଥିବା ବେଳେ ଯୁବତୀ ଯୋଜନାବଦ୍ଧ ଭାବେ ତାଙ୍କ ଭାଇମାନଙ୍କୁ ଡାକି ତାଙ୍କୁ ବାଡେଇଛନ୍ତି ବୋଲି କହିଛନ୍ତି ସୁନୀଲ ।

ଅଧିକ ପଢନ୍ତୁ

kc ads