ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ

ରାଜଧାନୀରେ ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଧଉଳି ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସୂଚନାମୁତାବକ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ । ଦୁର୍ବୁତ୍ତମାନେ ଉଭୟଙ୍କୁ ଏକାକୀ ସୁଯୋଗ ଦେଖି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ନାବାଳିକା ବେହୋସ୍ ହେବା ପରେ ଅଭିଯୁକ୍ତମାନେ ଛାଡ଼ି ପଳାଇଥିଲେ। ତେବେ ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବୟାନ ହୋଇଛି ରେକର୍ଡ । ଗିରଫ ପରେ ତିନି ଜଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଭିଯୁକ୍ତ ଜଣେ କଟକର, ଜଣେ ଶିଶୁପାଳଗଡର ଓ ଆଉ ଜଣେ ଧଉଳି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ପୋକ୍ସ ମାମାଲା ରୁଜୁ କରି ତନାଘନା କରୁଛି ଧଉଳି ଥାନା ପୋଲିସ । ଏବେବି ଘଟଣାର ଦୁଇ ଜଣ ଫେରାର ଅଛନ୍ତି ।

ଅଧିକ ପଢନ୍ତୁ