ରାଜଧାନୀରେ ଡିଜେ ବନ୍ଦ, କେବଳ ବାଜିବ ପାରମ୍ପରିକ ବାଦ୍ୟ

ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ। ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ ମଧ୍ୟ ଧୁମଧାମ୍‌ରେ ଗଣେଶ ପୂଜାର ଆୟୋଜନ ହେବ।ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ କମିଶନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା । ବୈଠକରେ ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ହୋଇଆସୁଥିବା ଗଣେଶ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ, ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ଡିଜେ ଉପରେ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି କଟକଣା। ବିକୃତ ମୂର୍ତ୍ତି ନିର୍ମାଣ କିମ୍ବା ବିକୃତ ପୂଜା କଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ଚେତାବନୀ ଦେଇଛି ପୋଲିସ୍।ପ୍ରଭୁ ଗଣେଶ ବିଦାୟ ନେବା ବେଳେ ମାଟି ଥରିଲା ଭଳି ଶବ୍ଦ ଶୁଣାଯିବ ନାହିଁ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଚଳିତ ଥର ଏହିଭଳି ନିର୍ଦ୍ଦେଶ ଦେଇଛି।

ଅଧିକ ପଢନ୍ତୁ

Odisha Darpan Digital