ବିଧାନସଭା ଆସିଲେ ଅନେକ ସଂଘ ନିଜର ଦାବିକୁ ନେଇ ରାଜରାସ୍ତାରେ ଓଲ୍ହାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ ଶୁଭୁଛି ଗାନ୍ଧୀ ମାର୍ଗରେ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।ଏନେଇ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ କହିଛନ୍ତି, “ଶିକ୍ଷକମାନଙ୍କୁ ପିଲାଙ୍କ ପାଠ ପଢ଼ା ସହିତ ସରକାରୀ କାମରେ ମଧ୍ୟ ନିୟୋଜିତ କରାଯାଉଛି । ତେବେ ଆମର ଯେଉଁ ଦାବି ରହିଛି ତାହା ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିଲା ନାହିଁ । ଦୀର୍ଘ ବର୍ଷର ଦାବିକୁ ନେଇ ବାରମ୍ବାର ଶିକ୍ଷକ ସଂଘ ରାଜ ରାସ୍ତାକୁ ଓଲ୍ହାଉଛନ୍ତି । ଯଦି ସରକାର ନଶୁଣିବେ ଆମ ଦାବି ତେବେ ଆନ୍ଦୋଳନ ଆଗକୁ ତୀବ୍ର ହେବ। ସମସ୍ତ ଜିଲ୍ଲାରୁ ହଜାର ହଜାର ଲକ୍ଷୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ରାଜା ରାସ୍ତାକୁ ଓଲ୍ହାଇବେ ।”
