ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀରେ ଭିଡ଼ କମାଇବାକୁ ୭ହଜାର କୋଟିର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ଜୟଦେବ ବିହାର-ନନ୍ଦନକାନନ ଯାଏଁ ଏଲିଭେଟେଡ କରିଡର ହେବ। ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତିକରଣ କରାଯିବ। କଳ୍ପନା, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ବ୍ରିଜ ନିର୍ମାଣ ହେବ। କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି।
ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍ମେଟିକସ୍ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି। ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳା ରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି। ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ସମ୍ପୂର୍ଣ୍ଣ ଯୋଜନା ପାଇଁ ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।