ରାଜଧାନୀରେ ଯୁବକଙ୍କ ନିର୍ଦ୍ଧୁମ ଛେଚିଲେ ଯୁବତୀ

ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍‌ରେ ବସିଥିବା ଜଣେ ଯୁବକଙ୍କୁ ଗାଲରେ ଚାପୁଡ଼ା ମାରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଜଣେ ଯୁବକ ବାଇକରେ ଆସି ହସ୍ପିଟାଲ ନିକଟରେ ହୋହାଲ୍ଲା କରିଥିଲେ ଏବଂ ଜଣେ ଯୁବତୀଙ୍କୁ ଖୋଜିଥିଲେ । ଠିକ ସେହି ସମୟରେ ଯୁବତୀଜଣଙ୍କ ପହଂଚି ମୋତେ ବଦନାମ କରୁଛୁ ।

ମୋ ଇଜ୍ଜତ ସହ ଖେଳୁଛୁ କହି ଯୁବକଙ୍କୁ ବାଡେଇ ଚାଲିଲେ । ବାଟରେ ଯାଉଥିବା ଲୋକମାନେ ତାଜୁବ ହୋଇ ଚାହିଁଥିଲେ । ଏଥିପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା ।। ଦେଖେଣାହାରି ଭାବୁଥିଲେ, କିଛି ଫିଲ୍ମ ସୁଟିଂ ହେଉଛି। କଥା କିନ୍ତୁ ଆପୋଷ ବୁଝାମଣାରେ ଥମିନଥିଲା। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷକୁ ବୁଝାସୁଝା କରି ଥାନାକୁ ଆଣିଥିଲା। ଥାନାରେ ଉଭୟ ଅଣ୍ଡରଟେକିଂ ଲେଖିଥିଲେ । ଲେଖାପଢ଼ା ପରେ ପୋଲିସ ସଭିଙ୍କୁ ଛାଡିଥିଲା।

ଅଧିକ ପଢନ୍ତୁ

Odisha Darpan Digital