ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା ।

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା । ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ବାର୍ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଯୁବତୀ ଜଣକ ହଙ୍ଗାମା କରିଥିଲେ । ପରେ ପୋଲିସ ଓ ହର୍ ଟିମ୍ ଉଦ୍ଧାର କରି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ତେବେ ହସ୍ପିଟାଲରେ ପୋଲିସକୁ ନାକେଦମ କରିଥିଲେ ନିଶାଶକ୍ତ ଯୁବତୀ |ପିସିଆର୍ ଭ୍ୟାନ୍‌ରେ ଯୁବତୀଙ୍କୁ ନେବା ବେଳେ ଗାଡ଼ିକୁ ମଧ୍ୟ ଗୋଇଠା, ବିଧା ମାରିଥିଲେ । ଯୁବତୀ ଜଣଙ୍କ ଏକ ସମ୍ଭ୍ରାନ୍ତ ପରିବାରର ହୋଇଥିବା ବେଳେ ଏଭଳି ଉତ୍ପାତ ସମସ୍ତଙ୍କୁ ତାଜୁବ କରିଛି । ଫାଇନ ପରେ ଯୁବତୀଙ୍କୁ ପୋଲିସ ଛାଡିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ