ରାଜଧାନୀରେ ଚାଞ୍ଚଲ୍ୟ ।ରାତିଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ । ନିଶା ଦେଇ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡ଼ିବସିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଘଟଣା ।
ମୂର୍ମୁଷ ଅବସ୍ଥାର ଦୁଇ ଯୁବକ ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ୨ ଯୁବକଙ୍କୁ ଧରି ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଥିଲେ । ଅନ୍ୟପଟେ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନାବାଳିକାଙ୍କୁ ଉଦ୍ଧାର କରି ଏମସକୁ ପଠାଇଛି ପୋଲିସ୍ । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଖଣ୍ଡଗିରି ଥାନା ଡୁମ୍ଡୁମା ଅଞ୍ଚଳରେ ଏକ ହୋଟେଲ୍ରେ ଶ୍ରମିକ ଭାବରେ କାମ କରନ୍ତି ଦୁଇ ଯୁବକ ।