ରାଜଧାନୀ ଭୁବନେଶ୍ୱରରେ ହେବ ଉଭୟ ବୁଲା ଏବଂ ପୋଷା କୁକୁରର ଗଣନା। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ, କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏହାର ସବୁ ତଥ୍ୟ ବିଏମସି ପାଖରେ ରହିବ।ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି । କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ।
ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟା କରଣ କରାଯିବ । ବନ୍ଧ୍ୟା କରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ।ସେ ଆହୁରି କହିଛନ୍ତି ଯେ, ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।