ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । କେଉଁଠି ମଣିଷର ହାତ ତ, କେଉଁଠି ଫୁସଫୁସ୍ ପଡ଼ିଛି

ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍‌ ଆରମ୍ଭ କରିଛି ।ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି ବର୍ଣ୍ଣନା କରିଛନ୍ତି, ତାହା ଶୁଣି ମନ ବିଚଳିତ ହୋଇଯିବ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ କେଉଁଠି ମଣିଷର ହାତ ପଡ଼ିଛି ତ, କେଉଁଠି ଫୁସଫୁସ । କାରରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ି ସହିତ ପାଖରେ ଠିଆ ହୋଇଥିବା ଲୋକଙ୍କ ଶରୀରର ଅଂଶ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା । ପୋଲିସ ଶରୀରର ଅଂଶଗୁଡ଼ିକୁ ପଲିଥିନରେ ପ୍ୟାକ୍ କରି ତଦନ୍ତ ପାଇଁ ପଠାଇଥିଲା । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି । ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ୱାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ତା ସହ ଦେଶର ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital