ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଡମ୍ପିୟାର୍ଡ ଭିତରେ ଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ବାଘ କାବୁ ନହେବା ଯାଏଁ ଲୋକେ ସେହି ଅଞ୍ଚଳରେ କାମ ନକରିବାକୁ ଦାବି କରିଛନ୍ତି ।ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ସମସ୍ତଙ୍କ ବାଘ ଭୟ ଘାରିଛି ।