ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ ।

ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ ।ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ସେଗୁଡ଼ିକୁ ଭାଙ୍ଗି ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବ । ଅନ୍ୟପଟେ ଭୁବନେଶ୍ବର ୟୁନିଟ୍ -୨ ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ। ଅତିଥି ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ଅତିଥି ଭବନରେ ରହି ପାରିବେ। ସ୍ବାସ୍ଥ୍ୟ ସଂପର୍କିତ ହେଉ କିମ୍ବା ଅନ୍ୟ କୌଣସି ଅଫିସ କାର୍ଯ୍ୟରେ ଆସିଥାନ୍ତୁ, ଅତିଥି ଭବନରେ ରହି ନିଜର କାର୍ଯ୍ୟ କରି ପାରିବେ।

ଅଧିକ ପଢନ୍ତୁ

Odisha Darpan Digital