ରାଜନାଥ ଘୋଷଣା କଲେ ଅପରେସନ ପହଲଗାମ ।

କାଶ୍ମୀରର ପହଲଗାମରେ ସାଧାରଣ ଲୋକଙ୍କ ରକ୍ତରେ ହୋଲି ଖେଳିଥିବା ଆତଙ୍କୀ ଓ ତାଙ୍କ ଗୁରୁମାନଙ୍କ ଉପରେ ଖୁବଶୀଘ୍ର ପ୍ରଚଣ୍ଡ ପ୍ରହାର ହେବ । ଏନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଅପରେସନ ପହଲଗାମ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ସରକାର ପ୍ରତିଟି ମାମଲାର ପ୍ରତିଶୋଧ ନେବେ ଯାହା ଜରୁରି ଓ ଉପଯୁକ୍ତ ।ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।ରାଜନାଥ ସିଂ ଦେଶବାସୀଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କେବଳ ଆତଙ୍କବାଦୀ ନୁହଁନ୍ତି ବରଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ସଂଗଠନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାରତ ଏତେ ପୁରୁଣା ସଭ୍ୟତା ଓ ଏତେ ପୁରୁଣା ଦେଶ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରି ଭୟଭୀତ କରାଯାଇପାରିବ ନାହିଁ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବଶୀଘ୍ର ଜବାବ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads