ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକସେବା ଓ କ୍ରୀଡ଼ା ବିକାଶ ତାଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ। ତେବେ ତାଙ୍କ କହିବା ମୁତାବକ, ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ କରିବେ ସେବା। ତେବେ ସେ କେଉଁ ଦଳରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ।। ସମାଜସେବା ଏବଂ କ୍ରୀଡ଼ା ବିକାଶ ପାଇଁ ରାଜନୀତି ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ ବିଶ୍ୱାସ କରନ୍ତି।
ଦୂତୀ କହିଛନ୍ତି, “ରାଜନୀତି ବିନା ସମାଜସେବା କରାଯାଇପାରିବ ନାହିଁ। ଜନସେବା ପାଇଁ ସମ୍ବଳ ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବା ଆବଶ୍ୟକ।” ସେ ତାଙ୍କ ପାରିବାରିକ ପୃଷ୍ଠଭୂମି ବିଷୟରେ ମଧ୍ୟ କହିଛନ୍ତି ଯେ ତାଙ୍କ ମା’ ଦୁଇଥର ସରପଞ୍ଚ ଥିଲେ ଏବଂ ବିଧାୟକ ହେବାକୁ ଇଚ୍ଛା ରଖିଥିଲେ। ସେ ମା’ଙ୍କ ସ୍ୱପ୍ନ ପୂରଣ କରିବାକୁ ଚାହାଁନ୍ତି।
