ରାଜଭବନ ରାସ୍ତାରେ ମୋହନଙ୍କ ବାସଭବନ

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ ବ୍ରାହ୍ମଣଙ୍କ ଦ୍ବାରା ପୂଜା ପାଠ, ହୋମ ଯଜ୍ଞ ପରେ ପ୍ରଥମେ ଘରେ ପ୍ରବେଶ କରିଥିଲେ ଗୋମାତା ନନ୍ଦା, ନନ୍ଦିନୀ । ଏହାପରେ ମୋହନ ମାଝୀ ନିଜ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା । କିନ୍ତୁ ରାଜ୍ୟରେ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ପ୍ରଶାସନକୁ କହିଥିଲେ ଯେ ସେ ଏହି ସରକାରୀ ବାସଭବନରେ ରହିବେ । ତେଣୁ ଗତ ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ଏହି କୋଠା ଘରେ ପୂର୍ୱତନ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧରି ଗୋମାଙ୍ଗୋ , ଜାନକୀ ବଲ୍ଲ ପଟ୍ଟନାୟକ ରହୁଥିଲେ । ହେଲେ ନବୀନ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ରହୁନଥିଲେ ।

ଅଧିକ ପଢନ୍ତୁ