ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ : ସଭାପତି ହେଲେ ଚିତ୍ତ, ସମ୍ପାଦକ ହେଲେ ଜୟେନ୍ଦ୍ର lଡିସେମ୍ବର 8ରୁ 12 ରାଜସୁନାଖଳା ମହୋତ୍ସବ l

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ ହୋଇଛି l ଏହି କମିଟିର ସଭାପତି ଭାବରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଭାବରେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ମନୋନୀତ ହୋଇଛନ୍ତି l ମନୋନୀତ ପରେ ଉଭୟଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି l ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି l ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ ହୋଇଛି l ୨ ଯୁବ ଚେହେରାଙ୍କୁ ମହୋତ୍ସବ କମିଟିର ଗୁରୁତ୍ୱପୂର୍ଣ୍ଣ ପଦବୀ ଓ ଦାୟିତ୍ୱ ପ୍ରଦାନ କରାଯାଇଛି l ଏହା ସହ ଚଳିତ ବର୍ଷର ମହୋତ୍ସବ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ସ୍ଥାନୀୟ କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର 8ରୁ 12 ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ନିଆରା ରୂପରେ ଆୟୋଜନ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି l

ବିଭିନ୍ନ ବିଭାଗର ପରିଚାଳକଙ୍କୁ ମଧ୍ୟ ଚୟନ କରାଯାଇଛି l ରାଜସୁନାଖଳା ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି l ଆଞ୍ଚଳିକ,ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ କିଭଳି ରାଜସୁନାଖଳା ମଞ୍ଚରେ କଳା ପ୍ରଦର୍ଶନ କରିବେ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି l ମହୋତ୍ସବ ପୁର୍ବରୁ ସମସ୍ତ ପ୍ରତିଯୋଗିତା ସରିବା ପରେ କୃତିତ୍ୱଧାରୀଙ୍କୁ ରାଜସୁନାଖଳା ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି l ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି l ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ l ଏହି ବୈଠକରେ ମହୋତ୍ସବ କମିଟିର ଉପସଭାପତି ପ୍ରସନ୍ନ କୁମାର ପ୍ରଧାନ, ସହ ସମ୍ପାଦକ ମନୋଜ କୁମାର ମହାପାତ୍ର , କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ସାହୁ , ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନ,ଉପଦେଷ୍ଟା ମଣ୍ଡଳୀର ସଦସ୍ୟ, ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ଅଧିକ ପଢନ୍ତୁ

kc ads