ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ସରକାର

ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି।ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍‌ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ । ଯାହାର ୨ ଡେସିମିଲ ଜମି ଥିବା ତାକୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦେବୁ l ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ତାହାବି ପୁଣି, ଯେଉଁ ସ୍ଥାନରେ ଲୋକଙ୍କ ଜମି ଥିବ ସେହି ସ୍ଥାନରେ ଦେବାକୁ ଜମି ଦେବାକୁ ଚେଷ୍ଟା କରାଯିବ।

ଅଧିକ ପଢନ୍ତୁ

Odisha Darpan Digital