ରାଜେଶ ପାଟିଲଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ

ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଜିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ।

ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ ପ୍ରଶାସନିକ ଅଧିକାରୀ ରାଜେଶ ପାଟିଲଙ୍କୁ ବିଏମ୍‌ସିର ନୂତନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୦୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିଆସିଛନ୍ତି । ଖାସ୍‌ କରି କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।

ଅଧିକ ପଢନ୍ତୁ

kc ads