ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ଭିଡିଓ ବାର୍ତ୍ତା ଦେଇଛନ୍ତି।  ଆଜି ସାରା ଦେଶରେ ଆଲୋକ ର ପର୍ବ ଦୀପାବଳି ପାଳନ ହେଉଛି।ଗାଁଠୁ ସହର ସବୁ ଉତ୍ସବମୁଖର । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି ।

ଅଧିକ ପଢନ୍ତୁ

Odisha Darpan Digital