ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ ; କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି।

ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହ ଅଚଳ । ପ୍ରଥମେ ଦିନ ୧୨ ଯାଏଁ ମୁଲତବୀ ହୋଇଥିଲା ଗୃହ। ମୁଲତବୀ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ଏହାରି ମଧ୍ୟରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନ ଥିଲା ଯେ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ ଅଛି | ଏହାର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି। କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି। ଏହାସହ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ ରେ ୪୧୭ ଓ ପୁରୀରେ ୩୫୦ ଭିକାରୀ ଅଛନ୍ତି ବୋଲି ତଥ୍ୟ ରଖିଛନ୍ତି ମନ୍ତ୍ରୀ ।

ହେଲେ ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ସରକାର ଚଳାଇଛନ୍ତି ଅଭିଯାନ। ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ , ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ।

ଅଧିକ ପଢନ୍ତୁ