ରାଜ୍ୟରେ ଅନାଥ ପିଲାଙ୍କ ସର୍ଭେ କରିବେ ରାଜ୍ୟ ସରକାର ।

ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ।ସର୍ଭେ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶତିଶୁ କଲ୍ୟାଣ ବିଭାଗ । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ସର୍ଭେ କରିବାକୁ ଗାଇଡଲାଇନ୍ ଜାରିକରାଯିବ ।

ଡିଏସଡବ୍ଲ୍ୟୁଓ, ଆଇସିଡିଏସ୍ ସୁପରଭାଇଜର, ସିଡିପିଓ, ଡିସିପିଓଙ୍କୁ ତଦାରଖ ଦାୟିତ୍ୱ ପ୍ରଦାନ କରାଯିବ ।ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ସର୍ଭେ ପାଇଁ ତଥ୍ୟ ସଂଗ୍ରହ ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଏବଂ ଫର୍ମାଟ୍ ମଧ୍ୟ ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ