ରାଜ୍ୟରେ ଅସହ୍ୟ କଲାଣି ତାତି । ବାହାରକୁ ଗୋଡ କାଢ଼ିବା କଷ୍ଟକର ହୋଇ ପଡୁଛି । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲାଣି ପାରଦ । ଭୁବନେଶ୍ୱର ୩୫.୪ଏବଂ କଟକ ୩୫ ପାରଦ ରେକର୍ଡ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ତାତି ଅତିକ୍ରମ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯.୫ ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଲା ବୌଦ୍ଧ । ସେହିଭଳି ୧୧ ସହରରେ ତାପମାତ୍ରା ୩୭ଡିଗ୍ରୀ ପାର କରିଛି । ଝାରସୁଗୁଡା ୩୮.୬, ବଲାଙ୍ଗୀର ୩୮.୫, ସମ୍ବଲପୁର ୩୮.୩, ଟିଟିଲାଗଡ଼ ୩୭.୫, ହୀରାକୁଦ ୩୭.୨ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ୩୭.୨, ପାରଳାଖେମୁଣ୍ଡି୩୭.୨, ଅନୁଗୁଳ ୩୭.୧ ମାଲକାନଗିରି ୩୭, ବାରିପଦାରେ ୩୭ ତାପମାତ୍ରା ଛୁଇଁଥିଲା ।
