ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୨ ହଜାର ୩୮୦ କେଜି ଗଞ୍ଜେଇ ଜବତ ହୋଇଛି । ୪୩୬୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । କନ୍ଧମାଳରେ ୩୬୪୯, ବୌଦ୍ଧରେ ୩୩୭ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି । ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୪ବର୍ଷରେ ମଧ୍ୟରେ ୧୪୨୬ ମାମଲା ରୁଜୁ ହଇଛି । ୧୫୨୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୯ କେଜି ବ୍ରାଉନସୁଗାର ଜବତ ହଇଛି । ୩୩୧ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଅଧିକ ପଢନ୍ତୁ