ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ

ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନମନ୍ତ୍ରୀ । ଏବେ ସବୁ ଟ୍ରେଜରୀ କାମ ଅନଲାଇନ ମାଧ୍ୟମରେ ହେଉଛି । ପେନସନରୁ ଆରମ୍ଭ କରି ଚାଲାଣ ଓ ବିଲ ଅନଲାଇନରେ ହେଉଛି । ଇ- ଭାଉଚରରେ ସବୁ ହେଉଥିବାରୁ ଆଉ ସବ- ଟ୍ରେଜରୀ ଖୋଲିବ ନାହିଁ । ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରୀ ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ।

ଅଧିକ ପଢନ୍ତୁ