ରାଜ୍ୟରେ ଆଉ ୧, ୮୮୯ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ

ରାଜ୍ୟର ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୮୯ଟି ନୂତନ ଅଙ୍ଗନବାଡ଼ି ଗୃହକୁ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି।ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନସୀ ଜରିଆରେ ସମସ୍ତ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏଣିକି ନିଜସ୍ୱ ଗୃହରେ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର । ପୂର୍ବରୁ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ଅଭାବରୁ ବିଭିନ୍ନ ସ୍କୁଲ କିମ୍ବା ଗୋଷ୍ଠୀ କେନ୍ଦ୍ର ମାନଙ୍କରେ ପରିଚାଳିତ ହେଉଥିଲା ।ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୭ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ନିଜସ୍ୱ ଗୃହ ପାଇବେ, ସେଥିପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏହି ଦିଗରେ କାର୍ଯ୍ୟ ଜାରି ରହିଛି। ଆଗାମୀ ୩ରୁ ୪ମାସ ମଧ୍ୟରେ ବଳକା ଥିବା ୪ହଜାର ଅଙ୍ଗନବାଡ଼ି କେନ୍ଦ୍ରକୁ ସେମାନଙ୍କର ନିଜସ୍ୱ ଗୃହ ଯୋଗାଇ ଦେବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

ଅଧିକ ପଢନ୍ତୁ