ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ।

ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି ।

ଏନେଇ ଖୁବଶୀଘ୍ର କାମ ହେବ । ଅନ୍ୟପକ୍ଷେ ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହ 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ କଲା, ଟେଣ୍ଡର ହେଲା, କିନ୍ତୁ ଓର୍‌ବ୍‌କ ଅର୍ଡର ପରେ ପଇସା ମିଳିଲ ନାହିଁ। ରିଲିଫ ଫଣ୍ଡରେ ଯେତିକି ଟଙ୍କା ନାହିଁ, ତା’ଠୁ ଅଧିକ ଘୋଷଣା କରିଥିଲେ ସରକାର।

ଅଧିକ ପଢନ୍ତୁ