ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ପ୍ରଭାବ । ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଛି। ବର୍ଷା ସମ୍ଭାବନା ବି ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ବି କାଁ ଭାଁ କାଳବୈଶାଖୀ ବର୍ଷା ହେବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ ।
ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ । ସମସ୍ତ ଉପକୂଳ ଜିଲ୍ଲା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି
