ରାଜ୍ୟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ବିଦେଶରେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର ଆଲର୍ଟ ଅଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଛନ୍ତି ପ୍ରତିକ୍ରିୟା ।ଥାଇଲାଣ୍ଡ, ହଂକଂ, ସିଙ୍ଗାପୁରରେ କରୋନା ସଂକ୍ରମୀତଙ୍କ ସଂଖ୍ୟା ବଢ଼ିଛି । ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ଆସିଛି ।କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରହିଛି । ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ କଲେଜରେ ଟେଷ୍ଟିଂ ଚାଲିଛି । ସୂଚନାମୁତାବକ ହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-୧୯ ମାମଲାରେ ହଠାତ୍ ବଢିଥିବା ଦେଖାଯାଇଛି । ଫଳରେ ସ୍ୱାସ୍ଥ୍ୟ ଏଜେନ୍ସୀମାନେ ସତର୍କ ହୋଇଛନ୍ତି । ନୂଆ ଲହରର ଚେତାବନୀ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିପାଇଁ ବିଶେଷଜ୍ଞମାନେ ଭାରତକୁ ସତର୍କ କରିଛନ୍ତି ।ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ମହାମାରୀ ପୁଣି ଥରେ ଗମ୍ଭୀର ରୂପ ନେଇପାରେ ଏବଂ ଏହାର ପ୍ରଭାବ ଏସିଆର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁଭୂତ ହୋଇପାରେ ।ସାଧାରଣତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଶ୍ୱାସପ୍ରଶ୍ୱାସ ସମ୍ବଦ୍ଧିତ ସଂକ୍ରମଣ ଥଣ୍ଡା ଋତୁରେ ଅଧିକ ବ୍ୟାପିଥାଏ ବୋଲି କହିଛନ୍ତି । ତେବେ ଭାରତରେ ଏବେ କରୋନା ସଂକ୍ରମଣ ନେଇ କୌଣସି ସୂଚନା ମିଳି ନାହିଁ । ହେଲେ ଏବେଠାରୁ ସତର୍କ ହେବା ପାଇଁ ବିଶେଷଜ୍ଞ ଚେତାଇ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital